ପ୍ରଥମ ବଂଶାବଳୀ 25 : 1 (ORV)
ଆହୁରି ଆସଫର ଓ ହେମନର ଓ ଯିଦୂଥୂନର ସନ୍ତାନଗଣ ମଧ୍ୟରୁ ଦାଉଦ ଓ ସେନାପତି- ମାନେ କେତେକଙ୍କୁ ବୀଣା, ନେବଲ ଓ କରତାଳ ଦ୍ଵାରା ଭବିଷ୍ୟଦ୍ବାକ୍ୟ ପ୍ରଚାରର ସେବାକାର୍ଯ୍ୟ ନିମନ୍ତେ ପୃଥକ କଲେ; ପୁଣି ଆପଣା ଆପଣା ସେବାନୁସାରେ କର୍ମକାରୀ-ମାନଙ୍କ ସଂଖ୍ୟା ଏହି ।
ପ୍ରଥମ ବଂଶାବଳୀ 25 : 2 (ORV)
ଆସଫର ସନ୍ତାନମାନଙ୍କ କଥା; ଆସଫର ସନ୍ତାନ ସକ୍କୁର୍ ଓ ଯୋଷେଫ ଓ ନଥନୀୟ ଓ ଅସାରେଲ; ଏମାନେ ଆସଫର ହସ୍ତାଧୀନରେ ରାଜାଜ୍ଞାନୁସାରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ ।
ପ୍ରଥମ ବଂଶାବଳୀ 25 : 3 (ORV)
ଯିଦୂଥୂନର କଥା; ଯିଦୂଥୂନର ସନ୍ତାନ ଗଦଲୀୟ ଓ ସରୀ ଓ ଯିଶାୟାହ, ହଶବୀୟ ଓ ମତ୍ତଥୀୟ, ଛଅ ଜଣ; ଏମାନେ ଆପଣାମାନଙ୍କ ପିତା ଯିଦୂଥୂନର ହସ୍ତାଧୀନରେ ବୀଣା ଦ୍ଵାରା ସଦାପ୍ରଭୁଙ୍କର ଧନ୍ୟବାଦ ଓ ପ୍ରଶଂସା କରି ଭବିଷ୍ୟଦ୍ବାକ୍ୟ ପ୍ରଚାର କଲେ ।
ପ୍ରଥମ ବଂଶାବଳୀ 25 : 4 (ORV)
ହେମନର କଥା; ହେମନର ସନ୍ତାନ ବୁକ୍କୀୟ, ମତ୍ତନୀୟ, ଉଷୀୟେଲ୍, ଶବୂୟେଲ୍ ଓ ଯିରେମୋତ୍, ହନାନୀୟ, ହନାନି, ଇଲୀୟାଥା, ଗିଦ୍ଦଲ୍ତି ଓ ରୋମାମ୍ତି-ଏଷର୍, ଯଶ୍ବକାଶା, ମଲ୍ଲୋଥି, ହୋଥୀର୍, ମହସୀୟୋତ୍;
ପ୍ରଥମ ବଂଶାବଳୀ 25 : 5 (ORV)
ଏସମସ୍ତେ ଶୃଙ୍ଗଧ୍ଵନି କରିବା ନିମନ୍ତେ ପରମେଶ୍ଵରଙ୍କ ବାକ୍ୟ ବିଷୟରେ ରାଜାଙ୍କର ଦର୍ଶକ ହେମନର ପୁତ୍ର ଥିଲେ । ପରମେଶ୍ଵର ହେମନକୁ ଚଉଦ ପୁତ୍ର ଓ ତିନି କନ୍ୟା ଦେଲେ ।
ପ୍ରଥମ ବଂଶାବଳୀ 25 : 6 (ORV)
ଏସମସ୍ତେ ପରମେଶ୍ଵରଙ୍କ ଗୃହର ସେବାକାର୍ଯ୍ୟାର୍ଥେ କରତାଳ, ନେବଲ ଓ ବୀଣା ଦ୍ଵାରା ସଦାପ୍ରଭୁଙ୍କ ଗୃହରେ ଗାନ କରିବା ପାଇଁ ଆପଣାମାନଙ୍କ ପିତାଙ୍କ ହସ୍ତାଧୀନରେ ଥିଲେ; ଆସଫ, ଯିଦୂଥୂନ୍ ଓ ହେମନ ରାଜାଜ୍ଞାଧୀନ ଥିଲେ ।
ପ୍ରଥମ ବଂଶାବଳୀ 25 : 7 (ORV)
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନକାର୍ଯ୍ୟରେ ଶିକ୍ଷିତ ଓ ନିପୁଣ ଏସମସ୍ତେ ଓ ଏମାନଙ୍କ ଭ୍ରାତୃଗଣ ସଂଖ୍ୟାରେ ଦୁଇ ଶହ ଅଠାଶୀ ଜଣ ଥିଲେ ।
ପ୍ରଥମ ବଂଶାବଳୀ 25 : 8 (ORV)
ଏଉତ୍ତାରେ ସେମାନେ ସାନ ବଡ଼, ଶିକ୍ଷକ, ଛାତ୍ର, ସମସ୍ତଙ୍କ ରକ୍ଷଣୀୟ ନିମନ୍ତେ ସମାନ ରୂପେ ଗୁଲିବାଣ୍ଟ କଲେ ।
ପ୍ରଥମ ବଂଶାବଳୀ 25 : 9 (ORV)
ତହୁଁ ଆସଫ ନିମନ୍ତେ ଯୋଷେଫ ପକ୍ଷରେ ପ୍ରଥମ ବାଣ୍ଟ ଉଠିଲା; ଦ୍ଵିତୀୟ ଗଦଲୀୟ ପକ୍ଷରେ; ସେ ଓ ତାହାର ଭ୍ରାତା ଓ ପୁତ୍ରମାନେ ବାର ଜଣ ଥିଲେ ।
ପ୍ରଥମ ବଂଶାବଳୀ 25 : 10 (ORV)
ତୃତୀୟ ସକ୍କୁର୍ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ ।
ପ୍ରଥମ ବଂଶାବଳୀ 25 : 11 (ORV)
ଚତୁର୍ଥ ଯିଷ୍ରି ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
ପ୍ରଥମ ବଂଶାବଳୀ 25 : 12 (ORV)
ପଞ୍ଚମ ନଥନୀୟ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ ।
ପ୍ରଥମ ବଂଶାବଳୀ 25 : 13 (ORV)
ଷଷ୍ଠ ବୁକ୍କୀୟ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ ।
ପ୍ରଥମ ବଂଶାବଳୀ 25 : 14 (ORV)
ସପ୍ତମ ଯିଶାରେଲା ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ ।
ପ୍ରଥମ ବଂଶାବଳୀ 25 : 15 (ORV)
ଅଷ୍ଟମ ଯିଶାୟାହ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
ପ୍ରଥମ ବଂଶାବଳୀ 25 : 16 (ORV)
ନବମ ମତ୍ତନୀୟ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ ।
ପ୍ରଥମ ବଂଶାବଳୀ 25 : 17 (ORV)
ଦଶମ ଶିମୀୟି ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
ପ୍ରଥମ ବଂଶାବଳୀ 25 : 18 (ORV)
ଏକାଦଶ ଅସାରେଲ ପକ୍ଷରେ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
ପ୍ରଥମ ବଂଶାବଳୀ 25 : 19 (ORV)
ଦ୍ଵାଦଶ ହଶବୀୟ ପକ୍ଷରେ ଉଠିଲା, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
ପ୍ରଥମ ବଂଶାବଳୀ 25 : 20 (ORV)
ତ୍ରୟୋଦଶ ପାଇଁ ଶବୂୟେଲ; ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
ପ୍ରଥମ ବଂଶାବଳୀ 25 : 21 (ORV)
ଚତୁର୍ଦ୍ଦଶ ପାଇଁ ମତ୍ତଥୀୟ, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
ପ୍ରଥମ ବଂଶାବଳୀ 25 : 22 (ORV)
ପଞ୍ଚଦଶ ପାଇଁ ଯିରେମୋତ୍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
ପ୍ରଥମ ବଂଶାବଳୀ 25 : 23 (ORV)
ଷୋଡ଼ଶ ପାଇଁ ହନାନୀୟ, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
ପ୍ରଥମ ବଂଶାବଳୀ 25 : 24 (ORV)
ସପ୍ତଦଶ ପାଇଁ ଯଶ୍ବକାଶା, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
ପ୍ରଥମ ବଂଶାବଳୀ 25 : 25 (ORV)
ଅଷ୍ଟାଦଶ ପାଇଁ ହନାନି, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
ପ୍ରଥମ ବଂଶାବଳୀ 25 : 26 (ORV)
ଊନବିଂଶ ପାଇଁ ମଲ୍ଲେଥି, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
ପ୍ରଥମ ବଂଶାବଳୀ 25 : 27 (ORV)
ବିଂଶ ପାଇଁ ଇଲୀୟାଥା, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
ପ୍ରଥମ ବଂଶାବଳୀ 25 : 28 (ORV)
ଏକବିଂଶ ପାଇଁ ହୋଥୀର୍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
ପ୍ରଥମ ବଂଶାବଳୀ 25 : 29 (ORV)
ଦ୍ଵାବିଂଶ ପାଇଁ ଗିଦ୍ଦଲ୍ତି, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
ପ୍ରଥମ ବଂଶାବଳୀ 25 : 30 (ORV)
ତ୍ରୟୋବିଂଶ ପାଇଁ ମହସୀୟୋତ୍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ;
ପ୍ରଥମ ବଂଶାବଳୀ 25 : 31 (ORV)
ଚତୁର୍ବିଂଶ ପାଇଁ ରୋମାମ୍ତି-ଏଷର୍, ତାହାର ପୁତ୍ର ଓ ଭ୍ରାତୃଗଣ ବାର ଜଣ ଗୁଲିବାଣ୍ଟରେ ଉଠିଲେ ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31

BG:

Opacity:

Color:


Size:


Font: